ଛବି କଥା କହେ - ବିଶ୍ୱଜିତ ବେହେରା




ଧୋରେ ବାଇଆ ଧୋ

ଶୋଇଯା ମୋର କୁନି ଭଉଣୀ

ତୁ ନି ହୋଇକି ଶୋ,, 


ଆମ ମା ଯାଇଛି ସରଗ ପୁରକୁ

ଆଣିବ ପାଚିଲା ବେଲ,

ଆମ କୁନି ଖାଇ ବହଳ ରସକୁ

ହୋଇବ ତା ପାଖେ ଗେଲ,, 


ବାପା ଯାଇଛନ୍ତି ଅଫେରା ଦେଶକୁ

ଛାଡିକି ମୋପାଖେ ତୋତେ,

ଦୁନିଆର ସବୁ ସୁଖ ଦେବାପାଇଁ

ରାଣ ଦେଇଛନ୍ତି ମୋତେ,, 


ମା ବାପା ଆମ ଡକା ଡକି ହୋଇ

ଗଲେଯେ କରୋନା ସାଥେ,

ଅନାଥିନି କରି ମୁହଁ ମୋଡ଼ିଦେଇ

ଛାଡ଼ିଗଲେ ଅଧା ପଥେ,, 


ପେଟ ଚାଖଣ୍ଡକ ପୋଷିବା ପାଇଁକି

ପଥର ଭାଙ୍ଗୁଛି ଆସି,

କଅଁଳ ହାତରେ ନିଷ୍ଠୁର ପାଷାଣ

ନ ଭାଙ୍ଗି ଯାଉଛି ଖସି,, 


ଧୋରେ ବାଇଆ ଧୋ

ଶୋଇଯା ମୋର କୁନି ଭଉଣୀ

ତୁ ନି ହୋଇକି ଶୋ,, 


                         ବିଶ୍ଵଜିତ ବେହେରା

                         ରଟିଲୋ,କିଶୋରନଗର,

                         କଟକ

Post a Comment

0 Comments